ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ : ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ ମ୍ୟାଚରେ ପାକିସ୍ତାନ ଆଗରେ ୧୫୩ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୫୨ ରନ କରିଥିଲା । ଦଳ ଆରମ୍ଭରୁ ଫିନ ଆଲେନଙ୍କ ଓ୍ବିକେଟ୍ ହରାଇଥିଲେ ବି ଡେଭନ କନଓ୍ବେ ଓ ଅଧିନାୟକ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍ଥିତିକୁ ସୁଧାରିଥିଲେ । ଦଳ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ (ଅପରାଜିତ) କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ସେହିପରି ଜେମ୍ସ ନିସାମ ୧୬ରନ କରି ଅପରାଜିତ ଥିଲେ ।

ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦି ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ନଓ୍ବାଜ୍ ଗୋଟିଏ ଓ୍ବିକେଟ ନେଇଥିଲେ । କନଓ୍ବେ ରନ ଆଉଟ ହୋଇଥିଲେ ।

ଚଳିତ ବିଶ୍ବକପର ୨ୟ ସେମିଫାଇନାଲ ମ୍ୟାଚ ଆସନ୍ତା କାଲି ଅର୍ଥାତ ଗୁରୁବାରଦିନ ଆଡିଲେଡଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ।

ସମ୍ବନ୍ଧିତ ଖବର