ଆଇପିଏଲ : ପଂଜାବ ଆଗରେ ୧୫୪ ରନର ବିଜୟଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୨ତମ ମ୍ୟାଚରେ ପଂଜାବ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ।

ଏହି ମ୍ୟାଚରେ ପଂଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ କ୍ବିଣ୍ଟନ ଡି’କକଙ୍କ ୪୬ ଓ ଦିପକ ହୁଦାଙ୍କ ୩୪ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ଦଳ ଆରମ୍ଭରୁ ଅଧିନାୟକ କେ.ଏଲ. ରାହୁଲଙ୍କ ଓ୍ବିକେଟ ହରାଇଥିଲେ ବି ଡି’କକ୍ ଓ ହୁଡାଙ୍କ  ଭାଗିଦାରିତା ବଳରେ ସ୍ଥିତିକୁ ସମ୍ଭାଳି ନେଇଥିଲେ । ମାତ୍ର ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳର ରନ ଗତି ପୁଣି ଧୀମା ହୋଇଯାଇଥିଲା ।  ପଂଜାବ ପକ୍ଷରୁ କାସିଗୋ ରବାଡା ୪ଟି ଓ୍ବିକେଟ ଓ ରାହୁଲ ଚହର ୨ଟି ଓ୍ବିକେଟ ନେଇଥିଲେ ।

ଲକ୍ଷ୍ନୌ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୫ ବିଜୟ ସହ ୧୦ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ପଂଜାବ ୮ଟି ମ୍ୟାଚରୁ ୪ ବିଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି  ।

 

ସମ୍ବନ୍ଧିତ ଖବର