ରାଜକୋଟ ଟି-୨୦: ଭାରତକୁ ୧୫୪ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

ରାଜକୋଟ: ଗୁଜୁରାଟର ରାଜକୋଟରେ ଭାରତକୁ ବାଂଲାଦେଶ ୧୫୪ ରନ୍‌ ବିଜୟ ଲକ୍ଷ୍ୟ ଦେଇଛି। ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଗୁରୁବାର ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଥିଲା। ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୫୩ ରନ୍‌ କରିଛି।

ଆରମ୍ଭରୁ ବାଂଲାଦେଶ ଭଲ ବ୍ୟାଟିଂ କରିଥିଲା। ଓପନର ଲିଟନ ଦାସ ଓ ମହମ୍ମଦ ନଇମ୍‌ ପ୍ରଥମ ଓ୍ଵିକେଟ୍‌ରେ ୬୦ ରନ୍‌ ଯୋଡ଼ିଥିଲେ। ଲିଟନ୍‌ ଦାସ ୨୯ ରନ୍‌ରେ ରନ୍‌ଆଉଟ୍‌ ହୋଇଥିଲେ। ମହମ୍ମଦ ନଇମ୍‌ ଟିମ୍‌ ପାଇଁ ସର୍ବାଧିକ ୩୬ ରନ୍‌, ସୌମ୍ୟ ସରକାର ଓ ମହମ୍ମଦୁଲ୍ଲା ୩୦-୩୦ ରନ୍‌ କରିଥିଲେ। ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଭାରତ ପାଇଁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୨ଟି ଓ୍ଵିକେଟ ନେଇଥିବା ବେଳେ ଦିପକ ଚହର, ଖଲିଲ ଅହମ୍ମଦ ଓ ଓ୍ଵାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର