ମୋହାଲି : ମୋହାଲିର ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ଏକ ୧୮ତମ ମ୍ୟାଚରେ ଗୁଜରାଟ ଟାଇଟନ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।
ଏହି ମ୍ୟାଚରେ ଗୁଜରାଟ ଟାଇଟନ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ଆରମ୍ଭରୁ ପଞ୍ଜାବ ଦଳ ୨ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରଭସିମରନ ସିଂ ୦ ଓ ଶିଖର ଧଓ୍ବନ ୮ ରନ କରି ଆଉଟ ହୋଇଥିଲେ । ତେବେ ମାଥ୍ୟ ସର୍ଟ ଓ ଭାନୁକା ରାଜପକ୍ଷ ସତର୍କତାର ସହ ଖେଳି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । କିନ୍ତୁ ଉଭୟ ବଡ଼ ସ୍କୋର୍ କରିପାରିନଥିଲେ । ମାଥ୍ୟୁ ସର୍ଟ ୩୬ ରନ କରିବା ସହ ରାଜପକ୍ଷେ ୨୦ ରନ କରିଥିଲେ । ସେହିପରି ଜିତେଶ ଶର୍ମା ୨୫ରନ କରିଥିବାବେଳେ ସାମ କୁରାନ ଓ ଶାହରୁଖ ଖାଁ ୨୨ରନ ଲେଖାଏଁ କରିଥିଲେ ।
ଗୁଜରାଟ ପକ୍ଷରୁ ମୋହିତ ଶର୍ମା ୨ଟି ଓ୍ବିକେଟ ନେଇଥିବାବେଳେ ରସିଦ ଖାଁ, ଅଲଜାରି ଜୋସେଫ, ଜୋସୁଆ ଲିଟଲ ଓ ମହମ୍ମଦ ସମି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।