୨ୟ ଟି-୨୦ : ଭାରତ ଆଗରେ ୧୫୪ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ରାଞ୍ଚି : ରାଞ୍ଚିଠାରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୨ୟ ଟି-୨୦ ମ୍ୟାଚରେ ଭାରତ ଆଗରେ ୧୫୪ ରନର ବିଜୟ ଲକ୍ଷ୍ୟ ରଖିଛି ନ୍ୟୁଜିଲାଣ୍ଡ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୩ ରନ କରିଥିଲା । ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗୁପ୍ତିଲ ଓ ଡାରିଲ ମିଚେଲ  ୩୧ ରନ ଲେଖାଏଁ କରିଥିଲେ । ଗ୍ଲେନ ଫିଲିପ୍ସ ୩୪ ରନ ଓ ମାର୍କ ଚାପମ୍ୟାନ ୨୧ ରନ କରିଥିଲେ ।

ଭାରତ ପକ୍ଷରୁ ଆଜି ନିଜର ପ୍ରଥମ ମ୍ୟାଚ ଖେଳୁଥିବା ହର୍ଷଲ ପଟେଲ ୨ଟି ଓ୍ବିକେଟ ନେଇଥିବାବେଳେ ଭୁବନେଶ୍ବର କୁମାର, ଦିପକ ଚହର, ରବିଚନ୍ଦ୍ରନ ଅଶ୍ବୀନ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ଗତ ୧୭ ତାରିଖରେ ହୋଇଥିବା ପ୍ରଥମ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଓ୍ବିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର