ଆବୁଧାବି : ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଏସିଆ କପ ଗ୍ରୁପ-ବି ଏକ ଲିଗ୍ ମ୍ୟାଚରେ ଆଫଗାନିସ୍ତାନ ଆଗରେ ୧୫୫ ରନର ଲକ୍ଷ୍ୟ ରଖିଛି ବାଂଲାଦେଶ ।
ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦଳ ପକ୍ଷରୁ ତାଞ୍ଜିଦ୍ ହସନ ତମିମ ୫୨ ରନ କରିଥିବାବେଳେ ସୈଫ ହାସନ ୩୦ ରନ ଓ ତାଓ୍ବିଦ ହ୍ରିଦୟ ୨୬ ରନ କରିଥିଲେ । ଜାକର ଅଲ୍ଲି ଓ ନୁରୁଲ ହାସନ ୧୨ ରନ ଲେଖାଏଁ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ରସିଦ ଖାଁ ଓ ନୁର ଅହମ୍ମଦ ୨ଟି ଲେଖାଏଁ ଓ ଅଜମାତୁଲ୍ଲା ଓମରଜାଇ ଗୋଟିଏ ଓ୍ବିକେଟ ନେଇଥିଲେ ।
ଗ୍ରୁପ-ବି ପଏଣ୍ଟ ଟେବୁଲରେ ଆଫଗାନିସ୍ତାନ ଗୋଟିଏ ମ୍ୟାଚ ଖେଳି ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇ ୨ୟ ସ୍ଥାନରେ ଥିବାବେଳେ ବାଂଲାଦେଶ ୨ଟି ମ୍ୟାଚରୁ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଛି ଓ ୩ୟ ସ୍ଥାନରେ ଅଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/09/16/screenshot-2025-09-16-220159-2025-09-16-22-13-57.png)