ଆଇପିଏଲ : ଦିଲ୍ଲୀ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୫ତମ ମ୍ୟାଚରେ କୋଲକାତା ଦିଲ୍ଲୀ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ଦିଲ୍ଲୀ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦଳ ପକ୍ଷରୁ ଆନ୍ଦ୍ରେ ରସେଲ ୪୫, ଶୁଭମନ ଗିଲ ୪୩ ରନ କରିଥିବାବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଶେଷ ସ୍କୋର କରିପାରିନଥିଲେ । ଦିଲ୍ଲୀ ପକ୍ଷରୁ ଅକ୍ଷର ପଟେଲ ଓ ଲଲିତ ଯାଦବ ୨ଟି ଲେଖାଏଁ ଓ ଅଭେସ ଖାଁ ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଜି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୭ ଓ୍ବିକେଟରେ ପରାସ୍ତ କରିଛି।

ସମ୍ବନ୍ଧିତ ଖବର