ଆଇପିଏଲ : କୋଲକାତା ଆଗରେ ୧୫୬ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ଆବୁଧାବି : ସ୍ଥାନୀୟ ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୩୪ତମ ମ୍ୟାଚରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ କରିଛି । ଫଳରେ କୋଲକାତା ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରହିଛି ।

ଆଜି କୋଲକାତା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇକୁ ଏହାର ଦୁଇ ଓପନର ରୋହିତ ଶର୍ମା ଓ କ୍ବିଣ୍ଟନ ଡି’କକ୍ ଏକ ଦୃଢ ମୂଳଦୁଆ ଦେଇଥିଲେ । ରୋହିତ ୩୩ ଓ ଡି’କକ୍ ୫୫ ରନ କରିଥିଲେ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନଙ୍କ ବିଫଳତା ଫଳରେ ଦଳର ରନଗତି ଧୀମା ହୋଇଯାଇଥିଲା । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୫୫ରନ କରିପାରିଥିଲା । କୋଲକାତା ପକ୍ଷରୁ ଫର୍ଗୁସନ ଓ କ୍ରିଷ୍ଣା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ମୁମ୍ବାଇ ୮ଟି ମ୍ୟାଚ ଖେଳି ୪ ବିଜୟ ୪ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷରେ କୋଲକାତା ୮ଟି ମ୍ୟାଚରୁ ୩ ବିଜୟ ୫ ପରାଜୟ ସହ ୬ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

 

ସମ୍ବନ୍ଧିତ ଖବର