ଇଂଲଣ୍ଡ ଆଗରେ ୧୫୭ ରନର ଲକ୍ଷ୍ୟ ରଖିଲା ଭାରତ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜର ୩ୟ ମ୍ୟାଚରେ ଭାରତ ଇଂଲଣ୍ଡ ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ  ୧୫୬ ରନ କରିଛି । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୭୭ ରନ କରି ଅପରାଜିତ ରହିଛନ୍ତି । ତେବେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ବିଶେଷ ଯୋଗଦାନ ଦେଇପାରି ନଥିଲେ । ରୋହିତ ଶର୍ମା ୧୫ ରନ କରିଥିବା ବେଳେ ଋଷଭ ପନ୍ତ ୨୫ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା  ୧୭ ରନ କରି ପଡ଼ିଆରୁ ବିଦାୟ ନେଇଥିଲେ।

ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିର ମ୍ୟାଚ ବିନା ଦର୍ଶକରେ ଖେଳାଯାଇଛି । ଅବଶିଷ୍ଟ ୨ଟି ମ୍ୟାଚ ମଧ୍ୟ ବିନା ଦର୍ଶକରେ ଏହି ଷ୍ଟାଡିୟମରେ ଖେଳାଯିବ ।

ଏହି ସିରିଜରେ ପୂର୍ବରୁ ଦୁଇଟି ମ୍ୟାଚ ଖେଳାଯାଇଥିବା ବେଳେ ଉଭୟ ଇଂଲଣ୍ଡ ଓ ଭାରତ ଗୋଟିଏ ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଫଳରେ ସିରିଜ ଏବେ ୧-୧ରେ ରହିଛି।

ସମ୍ବନ୍ଧିତ ଖବର