କୋଲକାତା ଆଗରେ ୧୫୭ ରନର ବିଜୟ ଲକ୍ଷ୍ୟ ରଖିଲା ଗୁଜୁରାଟ

ମୁମ୍ବାଇ : ମୁମ୍ବାଇର ଡଃ.ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୨୨ର ୩୫ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ (କେକେଆର) ଆଗରେ ୧୫୭ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜୁରାଟ ଟାଇଟନ୍ସ (ଜିଟି) ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳ ଆରମ୍ଭରୁ ଶୁଭମନ ଗିଲଙ୍କ ଓ୍ବିକେଟ ହରାଇଥିଲେ ବି ଋଦ୍ଧିମାନ ଶାହା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ପାଣ୍ଡ୍ୟା ସର୍ବାଧିକ ୬୭ ରନ କରିଥିବାବେଳେ ଶାହା ୨୫ ରନ କରିଥିଲେ । ଡେଭିଡ୍ ମିଲର ୨୭ ରନ କରିଥିବାବେଳେ ରାହୁଲ ତେଓ୍ବାତିଆ  ୧୭ ରନ କରିଥିଲେ । ତେବେ ଦଳ ଶେଷ ଓଭରରେ ଅଳ୍ପ ରନ ବ୍ୟବଧାନରେ କୋତୋଟି ଓ୍ବିକେଟ ହରାଇବାରୁ ରନଗତି କମିଯାଇଥିଲା । ଶେଷରେ ଦଳ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୬ ରନ କରିଥିଲା । କୋଲକାତା ପକ୍ଷରୁ ଟିମ ସାଉଦି ୩ଟି ଓ ଆନ୍ଦ୍ରେ ରସେଲ ୪ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର