ପ୍ରଥମ ଟି-୨୦ : ଭାରତ  ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଲା ଓ୍ବେଷ୍ଟ ଇଣ୍ଡିଜ

କୋଲକାତା : ଇଡେନ୍ ଗାଡେନ୍ସଠାରେ ଚାଲିଥିବା ଭାରତ-ଓ୍ବେଷ୍ଟ ଇଣ୍ଡିଜ୍ ପ୍ରଥମ ଟି-୨୦ରେ ଭାରତ  ଆଗରେ ୧୫୮ ରନର ବିଜୟ ଲକ୍ଷ୍ୟ ରଖିଛି ଓ୍ବେଷ୍ଟ ଇଣ୍ଡିଜ । ଓ୍ବେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୭ ରନ କରିଥିଲା ।

ଆଜିର ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟ ଇଣ୍ଡିଜ୍ ୨୦ ଓଭରରେ ୧୫୭ ରନ କରିଥିଲା । ଦଳ ଆରମ୍ଭରୁ ବ୍ରାଣ୍ଡନ କିଙ୍ଗଙ୍କ ଓ୍ବିକେଟ ହରାଇଥିଲେ ବି କାଇଲ ମେୟର୍ସ ଓ ନିକୋଲାସ ପୁରନ ଲଢୁଆ ବ୍ୟାଟିଂ କରି ଦଳ ପାଇଁ ଏକ ଭଲ ମୂଳଦୁଆ ତିଆରି କରିଥିଲେ । ମେୟର୍ସ ୩୧ ଓ ପୁରନ ୬୧ ରନ କରିଥିଲେ । ତେବେ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ମଧ୍ୟକ୍ରମ ବିଫଳ ହୋଇଥିଲା । ରୋଷ୍ଟନ ଚେଜ ୪, ରୋଭମାନ ପାଓ୍ବେଲ ୨ ଓ ଆକିଲ ହୋସନ ୧୦ ରନ କରି ଆଉଟ ହୋଇଥିଲେ । ତେବେ କିରେନ ପୋଲାର୍ଡ ୨୪ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରରେ ପହଞ୍ଚାଇଥିଲେ ।

ଭାରତ ପକ୍ଷରୁ ହର୍ଷଲ ପଟେଲ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ତଥା ଭୁବନେଶ୍ବର କୁମାର, ଦିପକ ଚହର ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର