ଆଇପିଏଲ : ପଂଜାବ ଆଗରେ ୧୫୮ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୨ର ଶେଷ ଲିଗ ମ୍ୟାଚ ହାଇଦ୍ରାବାଦ ଓ ପଂଜାବ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ପଂଜାବ ଆଗରେ ୧୫୮ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ୪୩ରନ କରିଥିବାବେଳେ ରୋମାରିଓ ସେଫର୍ଡ ୨୬, ଓ୍ବାସିଂଟନ ସୁନ୍ଦର ୨୫ରନ, ଆଇଡେନ ମାର୍କରାମ ୨୧ରନ ଓ ରାହୁଲ ତ୍ରିପାଠୀ ୨୦ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୫୭ରନ କରିଥିଲା । ପଂଜାବ ପକ୍ଷରୁ ହରପ୍ରୀତ ବ୍ରାର ଓ ନାଥନ ଏଲିସ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ହାଇଦ୍ରାବାଦ ଓ ପଂଜାବ ଦଳ ଭଲ ଆରମ୍ଭ କରିଥିଲେ ବି ପରେ ଲଗାତାର ମ୍ୟାଚ ହାରି ପ୍ଲେ ଅଫ ଦୌଡରୁ ବାଦ ପଡ଼ିଥିଲେ । ଉଭୟ ଦଳ ଏପର୍ଯ୍ୟନ୍ତ ୧୩ଟି ଲେଖାଏଁ ମ୍ୟାଚ ଖେଳି ୬ ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଉଭୟ ଦଳ ୧୨ ପଏଣ୍ଟ ଲେଖାଏଁ ପାଇଛନ୍ତି । ପଂଜାବ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ଓ ହାଇଦ୍ରାବାଜ ୮ମ ସ୍ଥାନରେ ରହିଛି । ଆଜି ମ୍ୟାଚର ବିଜେତା ଆଉ ୨ ପଏଣ୍ଟ ପାଇ ନିଜର ପଏଣ୍ଟ ସଂଖ୍ୟାକୁ ୧୪କୁ ବୃଦ୍ଧି କରିପାରିବ ।

ସମ୍ବନ୍ଧିତ ଖବର