ଚଣ୍ଡିଗଡ଼ : ଚଣ୍ଡିଗଡ଼ର ମୁଲାନପୁରଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୩୭ତମ ମ୍ୟାଚରେ ବେଙ୍ଗାଲୁରୁ ଆଗରେ ବିଜୟ ପାଇଁ ୧୫୮ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।

Advertisment

ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଆରମ୍ଭରୁ ଦ୍ରୁତ ଗତିରେ ସ୍କୋର କରିବା ଆରମ୍ଭ କରିଥିଲେ ହେଁ ପରେ ନିୟମିତ ବ୍ୟବଧାନରେ ଓ୍ବିକେଟର ପତନ ଯୋଗୁଁ ଦଳର ରନଗତି ଧୀମା ହୋଇଯାଇଥିଲା ଓ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ ପ୍ରଭସିମରନ ସିଂ ୩୩ ରନ କରିଥିବାବେଳେ ପ୍ରିୟାଂଶ ଆର୍ଯ୍ୟା ୨୨ ରନ କରିଥିଲେ । ସେହିପରି ଶଶାଙ୍କ ସିଂ ୩୧ ରନ କରିଥିବାବେଳେ ମାର୍କୋ ଜାନସେନ ୨୫ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୭ ରନ କରିଥିଲା । 

ବେଙ୍ଗାଲୁରୁ ପକ୍ଷରୁ ସୁୟାଶ ଶର୍ମା ଓ କ୍ରୁନାଲ ପାଣ୍ଡ୍ୟା ୨ଟି ଲେଖାଏଁ ଓ ରୋମାରିଓ ସେଫାର୍ଡ ଗୋଟିଏ ଓ୍ବିକେଟ ନେଇଥିଲେ।