ଆଇପିଏଲ : ମୁମ୍ବାଇ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ସ୍ଥାନୀୟ ଡଃ ଡି.ଓ୍ବାଇ.ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୪୪ତମ ମ୍ୟାଚରେ ମୁମ୍ବାଇ ଆଗରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୮ ରନ କରିଥିଲା ।  ଜସ ବଟଲର ପୁଣି ରାଜସ୍ଥାନ ଦଳ ପାଇଁ ତ୍ରାଣକର୍ତ୍ତା ପାଲଟିଥିଲେ । ଆଜି ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିବେଳେ ବଟଲର ବିସ୍ଫୋରକ ବ୍ୟାଟିଂ କରି ୫୨ଟି ବଲରୁ ୬୭ ରନ କରିଥିଲେ । ଗୋଟିଏ ଓଭରରେ ସେ ୪ଟି ବିଶାଳ ଛକା ମାରି ଦର୍ଶକଙ୍କୁ ରୋମାଞ୍ଚିତ କରିଦେଇଥିଲେ । ଶେଷ ବେଳକୁ ରବିଚନ୍ଦ୍ରନ ଅଶ୍ବୀନ ୨୧ ରନର ଏକ ଉପଯୋଗୀ ଇନିଂସ ଖେଳିଥିଲେ । ମୁମ୍ବାଇ ପକ୍ଷରୁ ରିତିକ ସୋକିନ ଓ ରିଲେ ମେରେଡିଥ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଇପିଏଲ ଇତିହାସର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏଥରର ଆଇପିଏଲ ଅତି ନୈରାଶ୍ୟଜନକ ରହିଛି । ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳିଥିଲେ ବି କୌଣସି ଗୋଟିଏ ମ୍ୟାଚକୁ ଜିତିପାରିନାହିଁ ।

 

 

 

ସମ୍ବନ୍ଧିତ ଖବର