ଆଇପିଏଲ : ମୁମ୍ବାଇ ଆଗରେ ୧୬୦ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୦ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ  ।

ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ଦଳ ପକ୍ଷରୁ ରୋଭମାନ ପାଓ୍ବେଲ ୪୩ରନ କରିଥିବାବେଳେ ଅଧିନାୟକ ଋଷଭ ପନ୍ତ ୩୯ ରନ ଓ ପୃଥ୍ବୀ ଶ’୨୪ ରନ କରିଥିଲେ । ମାତ୍ର ଡେଭିଡ ଓ୍ବାର୍ନର, ମିଚେଲ ମାର୍ସ ପରି ଦଳର ତାରକା ବ୍ୟାଟ୍ସମ୍ୟାନମାନେ ନିରାଶ କରିଥିଲେ । ଓ୍ବାର୍ନର ୫ ରନ କରିଥିବାବେଳେ ମାର୍ସ ଖାତା ଖୋଲିପାରିନଥିଲେ । ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୩ଟି ଓ୍ବିକେଟ ନେଇଥିବାବେଳେ ରମଣଦୀପ ସିଂ ୨ଟି ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ମୁମ୍ବାଇ ଦଳର ପ୍ରଦର୍ଶନ ସବୁଠାରୁ ଅଧିକ ନୈରାଶ୍ୟଜନକ ରହିଛି । ଦଳ ୧୩ଟି ମ୍ୟାଚ ଖେଳି ମାତ୍ର ୩ଟିରେ ବିଜୟ ହାସଲ କରିଛି ଓ ପ୍ଲେ ଅପ୍ ଦୌଡ଼ରୁ ବାଦ ପଡ଼ିସାରିଛି । ଅନ୍ୟପକ୍ଷରେ ଦିଲ୍ଲୀ ୧୩ଟି ମ୍ୟାଚରୁ ୭ ବିଜୟ ୧୪ ପଏଣ୍ଟ ପାଇଛି ଓ ନିଜର ପ୍ଲେ ଅପ ଆଶା ଉଜ୍ଜିବିତ ରଖିଛି । ଆଜିର ମ୍ୟାଚ ଜିତିଲେ ଦିଲ୍ଲୀ ପାଇଁ ପ୍ଲେ ଅଫ ଆଶା  ଆଉ ଟିକିଏ ସୁଦୃଢ ହେବ ।

ସମ୍ବନ୍ଧିତ ଖବର