ଲକ୍ଷ୍ନୌ : ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଆଗରେ ୧୬୦ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ । 
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୯ ରନ କରିଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ଓ ମିଚେଲ ମାର୍ସ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୮୭ ରନ କରିଥିଲେ । ମାର୍କରାମ ୫୨ ରନ କରିଥିବାବେଳେ  ମାର୍ସ ୪୫ ରନ କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳ ବେଶ କେତୋଟି ଓ୍ବିକେଟ ଅଳ୍ପ ରନ ବ୍ୟବଧାନରେ ହରାଇଥିଲା । ଫଳରେ ରନଗତି ଧୀମେଇ ଯାଇଥିଲା । ନିକୋଲାସ ପୁରନ ୯ ରନ ଓ ଅବଦୁଲ ସମଦ ୨ ରନ କରିଥିଲେ । ଆୟୁଷ ବାଦୋନି ୩୬ରନ କରିଥିବାବେଳେ ଡେଭିଡ୍ ମିଲର ୧୪ ରନ କରିଥିଲେ । 

Advertisment

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୪ଟି ଓ୍ବିକେଟ ନେଇଥିଲେ । ସେହିପରି ମିଚେଲ ଷ୍ଟାର୍କ ଓ ଦୁଷ୍ମନ୍ତ ଚମିରା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।