ଦିଲ୍ଲୀ ଆଗରେ ୧୬୧ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ମୁମ୍ବାଇର ଡ.ଡିଓ୍ବାଇ ପାଟିଲ ସ୍ପୋର୍ଟ ଏକାଡେମୀଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୮ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୧ ରନର ବିଜୟ ଲକ୍ଷ୍ୟ ରଖିଛି  ରାଜସ୍ଥାନ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୬୦ ରନ କରିଥିଲା । ଦଳର ଦୁଇ ଓପନର ଯଶସ୍ବୀ ଜୟସ୍ବାଲ ଓ ଜସ ବଟଲର ଅଳ୍ପ ରନ କରି ଆଉଟ ହେବା ପରେ ଆସିଥିବା ରବିଚନ୍ଦ୍ରନ ଅଶ୍ବୀନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୩୮ ବଲରୁ ୫୦ ରନ କରିଥିଲେ । ଦେବଦତ୍ତ ପଡିକଲ ମଧ୍ୟ ୪୮ ରନ କରି ଅଶ୍ବୀନଙ୍କୁ ସହାୟତା କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ଦଳର ବ୍ୟାଟିଂ ପୁଣି ଭୁଷୁଡ଼ିପଡିଥିଲା । ଦିଲ୍ଲୀ ପକ୍ଷରୁ ଚେତନ ସାକାରିଆ, ଅନରିଚ ନୋରଜେ ଓ ମିଚେଲ ମାର୍ସ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର