କଳିଙ୍ଗ କ୍ରୀଡ଼ା ଇତିହାସରେ ସୁବର୍ଣ୍ଣ ଫର୍ଦ

ଏକାଥରକେ ଖୋଲିଲା ୫ ହାଇପର୍ଫମାନ୍ସ କେନ୍ଦ୍ର

ଭୁବନେଶ୍ବର,: ରାଜ୍ୟ ସରକାର ସୋମବାର ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷ ଲାଭ କରିଥିବା ‌୧୬୨ ଜଣ ଖେଳାଳିଙ୍କୁ ପ୍ରୋତ୍ସା‌ହନ ରାଶି ପ୍ରଦାନ କରିଥିଲେ। ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଏହି ଅବସରରେ ସର୍ବାଧିକ ୭୦ ଲକ୍ଷ ଟଙ୍କା ପାଇଥିଲେ। ପାରା ଧାବିକା ଜୟନ୍ତୀ ବେହେରା ଦ୍ବିତୀୟ ସର୍ବାଧିକ ୬୦ ଲକ୍ଷ ଟଙ୍କା ପାଇଥି‌ଲେ। ଏମାନଙ୍କ ପଛକୁ ଅନ୍ୟ ଖେଳାଳିମାନେ ୨୨ ଲକ୍ଷରୁ ୩,୫୦୦ ଟଙ୍କା ମଧ୍ୟରେ ହାସଲ କରିଥିଲେ। ବ୍ୟକ୍ତିଗତ ସହ ଦଳଗତ ବର୍ଗର ଖେଳାଳିଙ୍କୁ ମଧ୍ୟ ଏହି ଅବସରରେ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା। ପ୍ରୋତ୍ସାହନ ରାଶି ପାଇଥିବା ପ୍ରମୁଖ ଖେଳାଳିମାନେ ହେଲେ ପ୍ରମୋଦ ଭଗତ (୭୦ ଲକ୍ଷ), ଜୟନ୍ତୀ ବେହେରା (୬୦ ଲକ୍ଷ), ସୌନ୍ଦର୍ଯ୍ୟ କୁମାର ପ୍ରଧାନ(୨୨,୩୩,୦୦୦), ପ୍ରାଚ୍ୟୁର୍ଯ୍ୟ କୁମାର ପ୍ରଧାନ (୨୦,୦୦,୦୦୦), ଜଉନା ମୁର୍ମୁ (୭,୫୦,୦୦୦), ପୁର୍ଣ୍ଣିମା ହେମ୍ବ୍ରମ୍‌ (୭,୫୦,୦୦୦), ରାକେଶ କୁମାର ପାତ୍ର (୭,୫୦,୦୦୦), ଋତୁପୁର୍ଣ୍ଣା ପଣ୍ଡା (୫,୦୦,୦୦୦), ସଞ୍ଜୁକ୍ତା ଡୁଙ୍ଗ୍‌ଡୁଙ୍ଗ୍‌ (୫,୦୦,୦୦୦), ଭକ୍ତରାମ ଦେଷ୍ଟି, ‌ସ୍ନେହା ସୋରେନ, ଜନ୍‌ସନ୍‌ ଏକ୍କା, ନୀଲମ ସଞ୍ଜୀବ ଖେସ୍‌, ସୁଧୀର ‌ଏକ୍କା, ରେଦାନ ଟିଡ଼ୁ, ଦୀପକ ଜନ୍‌ କେର୍କେଟା, ଗ୍ରିଗୋରି ମିଞ୍ଜ, କ୍ରିଷ୍ଣା ତିର୍କି, ସୁମନ ‌ବେକ୍‌, ଶିଳାନନ୍ଦ ଲାକ୍ରା, ନିତିନ ମୁକେଶ ଟିଗା, ପ୍ରସାଦ କୁଜୁର, ଶକ୍ତି କୁଜୁର, ଦୀପ୍‌ସାନ୍‌ ତିର୍କି, ଅଭିଷେକ ଲାକ୍ରା, ଆଶିଷ କୁମାର ଟପ୍ନୋ, ଅମିତ ଚିର୍ମାକୋ, ମନୋଜ କିଣ୍ଡୋ, ପ୍ରଜ୍ଞାନ୍‌ ପ୍ରଶାନ୍ତ ସାହୁ, ମୁନା ନାୟକ, ଦେବକୀ ଖିଲ, ପ୍ରତ୍ୟାଶା ରାୟ, ଜଗଦୀଶ ବାରିକ, ଦୀପ୍ତି ରାଣୀ କୁଜୁର, ନିକିତା ବିଶି, ମାଳତୀ ମୁଣ୍ଡା, ସରିତା ସୋରେଙ୍ଗ, ମନୀଷା ନାୟକ, ମଞ୍ଜୁ ଗାଁଝୁ, ସୁମିତ୍ରା ହେମ୍ବ୍ରମ୍‌, ପ୍ରତିମା ‌ଜୋଜୋ, ସଂଘମିତ୍ରା ମଲ୍ଲିକ, ଶିବାନୀ ମୁଣ୍ଡାରି, ଜ୍ୟୋତି ଦଳାଇ, ସଂଗୀତା ଦାସ, ଶୁଭସ୍ମିତା ଶୁଭଦର୍ଶନୀ ଦାସ, ଦୀପା ନାୟକ, ଜ୍ୟୋତି କୁମାରୀ, ବନ୍ୟା କବିରାଜ, ସ୍ପନ୍ଦିତା ଦାସ, ସୁସ୍ମିତା ତନ୍ତୀ, ମନିଷା ମେରିଲ, ରାଜେଶ କୁମାର ସାହୁ, ‌ଗୋଲାପ ନାୟକ, ମିଥୁନ ବର୍ମାନ୍‌, ରାଜେଶ ଦୁରୁଆ, ଲଲିତ ଖଣ୍ଡାପାତ୍ର, ତପନ ମହାନ୍ତି, ସଲିମା ମୁର୍ମୁ, ସଞ୍ଜୁକ୍ତା ମୁଣ୍ଡା, ମୀରାରାଣୀ ହେମ୍ବ୍ରମ୍‌, ମଞ୍ଜୁଲତା ପ୍ରଧାନ, ରଜନୀ ସବର, ବାସନ୍ତୀ ପାଙ୍ଗୀ, ଲିଜା ସର୍ଦାର, ଲଲିତ କୁମାର ସାହୁ, ଗୀତା ଭୂୟାଁ, ମଙ୍ଗୁଲା ମିଞ୍ଜ, ସରିତା ଏକ୍କା, ସୁଜାତା ଏକ୍କା, କୌଶକ ଲାକ୍ରା, ହୁପି ମାଝୀ, ବୁଦୁନୀ ଲାଗୁରି, ଚିତ୍ତରଂଜନ ମୁର୍ମୁ, ପ୍ରକାଶ ଚନ୍ଦ୍ର ସୟ, ସୋନି ମଦାଙ୍ଗି, ଲଲାଟେନ୍ଦୁ ବିଦ୍ୟାଧର ନାୟକ, ନୁନାରାମ ହାଂସଦା, ଅଜିତ କୁମାର ହାଂସଦା, କରୁଣାକର ମୁର୍ମୁ, ଅଲେଖ ମୁର୍ମୁ, ବୁଦ୍ଧଦେବ ପ୍ରଧାନ, ନରସିଂହ ମାରାଣ୍ଡି, ସମୀର ମଲ୍ଲିକ, ରାଜ କିଶୋର ପାତ୍ର, ଅଜୟ ଓରାମ, କାଳିଚରଣ ବିଶ୍ବାଳ, ସୁଗୁଦା ମାଝୀ, ନାଗାର୍ଜୁନ ‌ଭୋଇ। ଖେଲୋ ଇଣ୍ଡିଆ କାଂସ୍ୟ ବିଜେତା ୧୮ ଜଣିଆ ବାଳକ ଓ ବାଳିକା ହକି ଦଳ ଏବଂ ଖୋଖୋ ବାଳିକା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୮,୫୦୦ ଲେଖାଏଁ ଏବଂ ରାଇଜିଂ ଷ୍ଟୁଡେଣ୍ଟ୍‌ ଦଳର ୨୨ ଖେଳାଳି ଓ ଅଧିକାରୀଙ୍କୁ ୩୦, ୦୦୦ ଲେଖାଏଁ ଟଙ୍କା ମିଳିଥିଲା।ହନ ରାଶି

ସମ୍ବନ୍ଧିତ ଖବର