ପାଲ୍ଲେକେଲେ : ଶ୍ରୀଲଙ୍କାର ପାଲ୍ଲେକେଲେଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଭାରତ ଆଗରେ ୧୬୨ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା ।

Advertisment

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୬୧ ରନ କରିଥିଲା । ଦଳ ପକ୍ଷରୁ କୁଶଲ ପରେରା ୫୩ ରନ କରିଥିବାବେଳେ ପଥୁମ ନିଶଙ୍କା  ୩୨ ରନ କରିଥିଲେ । ସେହିପରି କାମିଣ୍ଡୁ ମେଣ୍ଡିସ୍ ୨୬ ରନ କରିଥିଲେ । ଚରିଥ ଅସଲଙ୍କା ୧୪ ରନ କରିଥିବାବେଳେ ରମେଶ ମେଣ୍ଡିସ୍ ୧୨ ରନ କରିଥିଲେ । ତେବେ ଦାସୁନ ସନକା ଓ ଓ୍ବାନିଣ୍ଡୁ ହସରଙ୍ଗା ଖାତା ଖୋଲିପାରିନଥିଲେ । ଭାରତୀୟ ବୋଲର ରବି ବିଷ୍ଣୋଇ ଲଗାତାର ୨ଟି ବଲରେ ଉଭୟଙ୍କୁ ଆଉଟ କରିଥିଲେ ।

ଭାରତ ପକ୍ଷରୁ ରବି ବିଷ୍ଣୋଇ ୩ଟି ଓ୍ବିକେଟ ନେଇଥିବାବେଳେ ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।