ସେଣ୍ଟ ଲୁସିଆ : ସେଣ୍ଟ ଲୁସିଆଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପ୍ ସୁପର-୮ର ଏକ ମ୍ୟାଚରେ ଇଂଲଣ୍ଡ ଆଗରେ ୧୬୪ ରନର ଲକ୍ଷ୍ୟ ରଖିଛି ଦକ୍ଷିଣ ଆଫ୍ରିକା ।

Advertisment

ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକାର ଦୁଇ ଓପନର କ୍ବିଣ୍ଟନ ଡିକକ୍ ଓ ରେଜା ହେଣ୍ଡରିକ୍ସ ଦଳକୁ ଏକ ଭଲ ମୂଳଦୂଆ ଦେଇଥିଲେ । ସେମାନେ ସତର୍କତାର ସହ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୮୬ ରନ କରିଥିଲେ । ଡି’କକ୍ ୬୫ ରନ କରିଥିବାବେଳେ ହେଣ୍ଡରିକ୍ସ ୧୯ ରନ କରିଥିଲେ । ଡେଭିଡ୍ ମିଲର ୪୩ ରନର ଇନିଂସ ଖେଳିଥିଲେ । କିନ୍ତୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳ ଏକ ବଡ଼ ସ୍କୋର କରିପାରିନଥିଲା ଓ ୧୬୩ ରନରେ ସୀମିତ ରହିଯାଇଥିଲା । ହେନେରିକ୍ କ୍ଲାସେନ ମାତ୍ର ୮ ରନ କରିଥିବାବେଳେ ଆଇଡେନ ମାର୍କରାମ ୧ ରନ କରିଥିଲେ । ଟ୍ରିଷ୍ଟାନ ଷ୍ଟବ୍ସ ୧୨ ରନ କରିଥିବାବେଳେ କେଶବ ମହାରାଜ ୫ ରନ କରିଥିଲେ । ମାର୍କୋ ଜନସେନ ଖାତା ଖୋଲିପାରିନଥିଲେ ।

ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୩ଟି ଓ୍ବିକେଟ୍ ନେଇଥିବାବେଳେ ମୋଇନ ଅଲି ଓ ଆଦିଲ ରସିଦ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।