ପ୍ରଥମ ଟି-୨୦ : ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ଜୟପୁର : ଜୟପୁରଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ କରିଛି । ଫଳରେ ଭାରତ ଆଗରେ ୧୬୫ ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଭାରତର ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ମାତ୍ର ୧ ରନରେ ଗୋଟିଏ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ମାର୍ଟିନ ଗୁପ୍ତିଲ ଓ ମାର୍କ ଚାପମ୍ୟାନଙ୍କ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିଥିଲେ । ଗୁପ୍ତିଲ ୭୦ ଓ ଚାପମ୍ୟାନ ୬୩ ରନ କରିଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନ୍ୟୁଜିଲାଣ୍ଡର ରନଗତି ଧୀମେଇ ଯାଇଥିଲା । ଫଳରେ ଦଳ ୨୦ ଓଭରରେ  ୧୬୪ ରନରେ ସୀମିତ ରହିଯାଇଥିଲା ।

ଏହି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳରେ ୪ଟି ପରିବର୍ତ୍ତନ ହୋଇଛି । ନିୟମିତ ଅଧିନାୟକ କେନ ଓ୍ବିଲିୟମସନ, ନିସାମ, ସୋଡି ଓ ମିଲନେ ଖେଳୁ ନାହାନ୍ତି । ଟେଷ୍ଟ ସିରିଜ ନିମନ୍ତେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏହି ମ୍ୟାଚରେ ଟିମ ସାଉଥି ଅଧିନାୟକ ଅଛନ୍ତି ।

 

 

 

ସମ୍ବନ୍ଧିତ ଖବର