ପାଲେକେଲେ: ଶ୍ରୀଲଙ୍କାର ପାଲେକେଲେ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଏସିଆ କପର ୨ୟ ମ୍ୟାଚ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୪୨.୪ ଓଭରରେ ମାତ୍ର ୧୬୪ ରନ କରି ଅଲଆଉଟ୍ ହୋଇଯାଇଛି । ଫଳରେ ଶ୍ରୀଲଙ୍କା ଆଗରେ ୧୬୫ ରନର ଲକ୍ଷ୍ୟ ରହିଛି ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଥିଲା । କାରଣ ଦଳର ବ୍ୟାଟର ମାନେ ଶ୍ରୀଲଙ୍କା ବୋଲରଙ୍କୁ ସମ୍ମୁଖୀନ ହୋଇପାରିନଥିଲେ ଓ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ଓପନର ଜାନଜିତ ହାସନ ଖାତା ଖୋଲି ପାରିନଥିଲେ । ସେହିପରି ଅନ୍ୟ ଓପନର ମହମ୍ମଦ ନଇମ ୧୬ରନ କରି ଆଉଟ ହୋଇଥିଲେ । ତେବେ ନଜମୁଲ ହୁସେନ ସାନ୍ତୋ ଲଢୁଆ ବ୍ୟାଟିଂ କରି ସର୍ବାଧିକ ୮୯ ରନ କରିଥିଲେ । କିନ୍ତୁ ଅନ୍ୟ ବ୍ୟାଟରମାନେ ତାଙ୍କୁ ଠିକଭାବେ ସହାୟତା ଦେଇପାରିନଥିଲେ । ତାଓହିଜ୍ ହ୍ରିଦଏ ୨୦ ରନ କରିଥିବାବେଳେ ମୁସ୍ତାଫିକୁର ରହିମ ୧୩ରନ କରିଥିଲେ, କିନ୍ତୁ ଅନ୍ୟ ଅଧିକାଂଶ ବ୍ୟାଟରମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ । ଶ୍ରୀଲଙ୍କା ପକ୍ଷରୁ ମହିସା ପାଥିରାନା ୪ଟି ଓ୍ବିକେଟ ନେଇଥିଲେ ମହିସ ତିକସନା ୨ଟି ଓ୍ବିକେଟ ନେଇଥିଲେ ।