ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ତମ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶନିବାର ମୁମ୍ବାଇ ଇଣ୍ଡିଆନସ୍‌ ୧୬୫ ରନ୍‌ ସଂଗ୍ରହ କରିବା ପରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୧୬୬ ରନ୍‌ ଟାର୍ଗେଟ ଦେଇଛି। ରଂଗାରଂଗ କାର୍ଯ୍ୟକ୍ରମ ପରେ ହୋଇଥିବା ଟସ୍‌ ଜିଣି ଚେନ୍ନାଇ ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ମୁମ୍ବାଇର ପ୍ରଥମ ଓ୍ଵିକେଟ ୭ ରନ୍‌ରେ, ୨ୟ ଓ୍ଵିକେଟ୍‌ ୨୦ ରନ୍‌ରେ, ୩ୟ ଓ୍ଵିକେଟ୍‌ ୯୮ ରନ୍‌ରେ, ୪ର୍ଥ ଓ୍ଵିକେଟ୍‌ ୧୧୩ ରନ୍‌ରେ ପଡ଼ିଥିଲା। ଅଧିନାୟକ ରୋହିତ ଶର୍ମା(୧୫), ଇଭିନ ଲୁଇସ(୦), ଈଶାନ କିଷାନ(୪୦), ସୂର୍ଯ୍ୟକାନ୍ତ ଯାଦବ ୪୩ ରନ୍‌ ସଂଗ୍ରହ କରିଥିଲେ। ଚେନ୍ନାଇ ପକ୍ଷରୁ ସେନ୍‌ ଓ୍ଵାଟସନ୍‌ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ, ଦିପକ ଚହର ଓ ଇମରାନ ତାହିର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

publive-image

ପୂର୍ବରୁ ପ୍ରାୟ ୨ ଘଣ୍ଟା ଧରି ନାଚ-ଗୀତ, ଆଲୋକ ମାଳା ଓ ଡିଜେ ସାଉଣ୍ଡରେ ଷ୍ଟାଡିୟମ୍‌ କମ୍ପି ଉଠିଥିଲା। ବଲିଉଡ ଅଭିନେତା ହ୍ରିତିକ ରୋଶନ, ବରୁଣ ଧାଓ୍ଵନ, ପ୍ରଭୁ ଦେବା, ପ୍ରଚ୍ଛଦପଟ୍ଟ ଗାୟକ ମିକା ସିଂ, ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ ଓ ତମନ୍ନା ଭାଟିଆ ଙ୍କ ସମେତ ଆହୁରି ଅନେକ କଳାକାର ଯୋଗଦେଇ ଦର୍ଶକଙ୍କ ମନକୁ କିଣି ଥିଲେ।

ଅଭିନେତା ହ୍ରିତିକ ରୋଶନଙ୍କ ‘ସେନୋରିଟା’ ପ୍ରସ୍ତୁତି ପୂର୍ବର ଜ୍ୟାକଲିନ୍‌ ‘ସୋ ତରାହକେ...’ ସଂଗୀତରେ ଦର୍ଶକ ଝୁମିଥିଲେ। ନୃତ୍ୟ ପ୍ରସ୍ତୁତି ଦେବା ପୂର୍ବରୁ ଏକ ସୁସଜ୍ଜିତ ସବାରିରେ ଜ୍ୟାକଲିନ୍‌ଙ୍କୁ ପଡ଼ିଆ ଭିତରକୁ ଅଣାଯାଇଥିଲା। ତମନ୍ନା ଭାଟିଆ ଓ ବରୁଣ ଧାଓ୍ଵନ ମଧ୍ୟ ତାଙ୍କର ନୃତ୍ୟୁ ଶୈଳୀରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ।