ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ସୋମବାର ଚାଲିଥିବା ଆଇପିଏଲ ୨୦୨୫ର ୩୦ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୬୭ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପରଜାୟାଣ୍ଟସ୍ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଆରମ୍ଭରୁ ନିଜର ତାରକା ବ୍ୟାଟ୍ସମ୍ୟାନ ଆଇଡେନ ମାର୍କରାମ ଓ ନିକୋଲାସ ପୁରନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ମିଚେଲ ମାର୍ସ ଓ ଅଧିନାୟକ ଋଷଭ ପନ୍ତଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ମାର୍ସ ୩୦ ରନ କରିଥିବାବେଳେ ପନ୍ତ ଅଧିନାୟକ ଇନିଂସ ଖେଳି ୪୯ଟି ବଲରେ ୬୩ ରନ କରିଥିଲେ । ଆୟୁଷ ବଦୋନି ୨୨ ରନ ଓ ଅବଦୁଲ ସମଦ ୨୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୬ ରନ କରିଥିଲା । ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଦେଜା ଓ ମଥିସା ପଥିରାନା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।