ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୮ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ୍ ଓ ଦେବନ କନଓ୍ବେ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ତେବେ କନଓ୍ବେ ମାତ୍ର ୧୦ ରନ କରି ଆଉଟ ହୋଇଥିଲେ । ଏହା ପରେ ଆସିଥିବା ଅଧିକାଂଶ ବ୍ୟାଟ୍ସମ୍ୟାନ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ଗାଇକ୍ବାଡ୍ ୨୪ରନ କରିଥିବାବେଳେ ଅଜିଙ୍କ୍ୟ ରାହାଣେ ୨୧ରନ କରିଥିଲେ । ସେହିପରି ଶିବମ ଦୁବେ ୨୫ରନ ଓ ଅମ୍ବାତି ରାୟଡୁ ୨୩ରନ କରିଥିଲେ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦ରନ ଓ ରବୀନ୍ଦ୍ର ଜାଦେଜା ୨୧ରନ କରିଥିଲେ । ଏ ସମସ୍ତଙ୍କ ଯୋଗଦାନ ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୭ ରନ କରିଥିଲା ।
ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ୩ଟି ଓ ଅକ୍ଷର ପଟେଲ ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଲଲିତ ଯାଦବ, ଖଲିଲ ଅହମ୍ମଦ ଓ କୂଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।