ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୯ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୬୮ରନର ଲକ୍ଷ୍ୟ ରଖିଛି ପଂଜାବ କିଙ୍ଗସ୍ ।
ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଓପନର ପ୍ରଭସିମ୍ରନ ସିଂହଙ୍କ ଶତକ ଦଳରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା । ପ୍ରଭସିମରନ ୬୫ଟି ବଲରୁ ୬ ଛକା ଓ ୧୦ ଚୌକା ସହ ୧୦୩ ରନ କରିଥିଲେ । ସାମ୍ କୁରାନ୍ ୨୦ ରନ୍ କରିଥିଲେ । କିନ୍ତୁ ଅଧିନାୟକ ଶିଖର ଧାୱନଙ୍କ ସମେତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍ ଫ୍ଲପ୍ ହୋଇଥିଲେ । ଫଳରେ ଦଳ ଏକ ଭଲ ସ୍କୋର କରିଥିଲେ ବି ଏକ ସୁରକ୍ଷିତ ସ୍କୋର କରିବାକୁ ସକ୍ଷମ ହୋଇପାରିନଥିଲା ।
ଦିଲ୍ଲୀ ପକ୍ଷରୁ ୧୦୦ତମ ଆଇପିଏଲ୍ ଖେଳୁଥିବା ଇଶାନ୍ତ ଶର୍ମା ୨ଟି ୱିକେଟ୍ ନେଇଥିଲେ। ସେହିପରି ଅକ୍ଷର ପଟେଲ, ପ୍ରବୀଣ ଦୁବେ, କୂଳଦୀପ ଯାଦବ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ହାଇଦ୍ରାବାଦଠାରେ ଖେଳାଯାଇଥିବା ଶନିବାରର ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରିଥିଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ । ହାଇଦ୍ରାବାଦ ଦ୍ବାରା ରଖାଯାଇଥିବା ୧୮୩ରନର ଲକ୍ଷ୍ୟକୁ ଲକ୍ଷ୍ନୌ ୧୯.୩ ତମ ଓଭରରେ ୩ ଓ୍ବିକେଟ ହରାଇ ୧୮୫ ରନ କରି ହାସଲ କରିନେଇଥିଲା ।