ଲଣ୍ଡନ: ବିଶ୍ବକପ୍ ଟିକେଟ କଳାବଜାରି ଚରମ ସୀମାରେ ପହଞ୍ଚିଛି। ବିଶେଷ କରି ଭାରତୀୟ ଦଳ ଖେଳୁଥିବା ମ୍ୟାଚ୍ର ଟିକେଟ ଦର ଏବେ ଆକାଶ ଛୁଆଁ ରହିଛି। ଜୁନ୍ ୩୦ ତାରିଖରେ ଏଜବାଷ୍ଟନଠାରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ମ୍ୟାଚ୍ର ପ୍ଲାଟିନମ୍ ବର୍ଗ ଟିକେଟ ଦର ଆଇସିସି ୨୩୫ ପାଉଣ୍ଡ ବା ଭାରତୀୟ ମୁଦ୍ରାରେ ପାଖାପାଖି ୨୦,୬୬୮ ଟଙ୍କା ରଖିଛି। ଏବେ ଏହା ୯୯୫ ପାଉଣ୍ଡ ବା ୮୭,୫୧୦ ଟଙ୍କାରେ ବିକ୍ରି ହେଉଛି।
/sambad/media/post_attachments/wp-content/uploads/2019/06/images-1.png)
ଫାଇନାଲ୍ ଟିକେଟ ଦର ତ ଆହୁରି ଚଢ଼ା ମୂଲ୍ୟରେ ବିକ୍ରି ହେଉଛି। ଲର୍ଡସରେ ଜୁଲାଇ ୧୪ରେ ଖେଳାଯିବାକୁ ଥିବା ଫାଇନାଲର ରୌପ୍ୟ ଏବଂ କାଂସ୍ୟ ବର୍ଗର ଟିକେଟ ଯଥାକ୍ରମେ ୧୮୫ ପାଉଣ୍ଡ (୧୭,୧୫୦ ଟଙ୍କା) ଓ ୮୫ ପାଉଣ୍ଡ (୮,୩୫୫ ଟଙ୍କା) ରଖା ଯାଇଛି। ହେଲେ ଏହି ଦୁଇ ବର୍ଗର ଟିକେଟ ଏବେ ୧୭୦୦ (୧.୫ ଲକ୍ଷ ଟଙ୍କା) ଓ ୧୫୦୦ ପାଉଣ୍ଡ (୧.୩୧ ଲକ୍ଷ ଟଙ୍କା)ରେ ବିକ୍ରି ହେଉଛି। ସେଥିମଧ୍ୟରୁ କେତେକ ଟିକେଟ ଆଇସିସିର ସ୍ବୀକୃତିପ୍ରାପ୍ତ ଟ୍ରାଭେଲ୍ ଏଜେଣ୍ଟ ବିକ୍ରି କରୁଛନ୍ତି। ଯାହାକୁ ନେଇ ପ୍ରଶଂସକମାନେ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Cricket-World-Cup-Ticket-Black_Thumbnail.jpg)