୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ୍, ସାମ୍ଭାବ୍ୟ ଭାରତୀୟ ଦଳରେ ମଞ୍ଜୁ

ଭୁବନେଶ୍ବର: ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ୍‌। ଏହାର କିଛି ମ୍ୟାଚ୍‌ ଓଡ଼ିଶାରେ ହେବାର ରହିଛି। ଏଥି ସହିତ ଓଡ଼ିଶା ଲାଗି ଶୁକ୍ରବାର ଆଉ ଏକ ଖୁସି ଖବର ଯୋଡ଼ି ହୋଇଛି। ବିଶ୍ବକପ୍‌ ଲାଗି ସାମ୍ଭାବ୍ୟ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ଓଡ଼ିଆ ଝିଅ ମଂଜୁ ଗଂଝୁ। ଓଡ଼ିଶାର ଅଗ୍ରଭାଗ ଖେଳାଳି ମମତା ନାୟକ ଏବଂ ଗୋଲ୍‌ ରକ୍ଷକ ମଂଜୁ ଟ୍ରାଏଲ୍‌ ଶିବିରରେ ସ୍ଥାନ ପଇଥିଲେ। ମଂଜୁ ନିଜର ପ୍ରଭାବୀ ପ୍ରଦର୍ଶନ ବଳରେ ସାମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲା ବେଳେ ମମତା ବିଫଳ ହୋଇଥିଲେ। ସୁନ୍ଦରଗଡ଼ର ବେମ୍‌ଟା ଗାଁର ସୋମ୍ରା ଗଂଝୁ ଏବଂ ସୀତା ଗଂଝୁଙ୍କ କନ୍ୟା ହେଉଛନ୍ତି ମଂଜୁ। ସଂପ୍ରତି ସେ ସୁନ୍ଦରଗଡ଼ କ୍ରୀଡ଼ା ଛତ୍ରାବାସରେ ଅନ୍ତେବାସୀ। ନିକଟରେ‌ ୨୩ ବର୍ଷରୁ କମ୍‌ ହଂକଂ ଦଳକୁ ୧-୫ ଗୋଲ୍‌ରେ ହରାଇଥିବା ଭାରତୀୟ ୧୭ ବର୍ଷରୁ କମ୍‌ ଦଳରେ ସେ ସଦସ୍ୟା ଥିଲେ।

ସମ୍ବନ୍ଧିତ ଖବର