ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ର ଗୋଟିଏ ପୁଲ୍ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବା ନିଶ୍ଚିତ ହୋଇଛି। ମୋଟ ୧୬ ଦେଶକୁ ନେଇ ଏହି ପ୍ରତିଯୋଗିତା ଚଳିତ ବର୍ଷ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମର୍ଯ୍ୟଦାଜନକ ପ୍ରତିଯୋଗିତା ୫ ସହର-ଅହମ୍ମଦାବାଦ, ଗୁଆହାଟୀ, କୋଲକାତା, ନଭି ମୁମ୍ବାଇ ଏବଂ ଭୁବନେଶ୍ବର। ନକ୍ ଆଉଟ୍ ମ୍ୟାଚ୍ ଗୁଡିକ ଅହମ୍ମଦାବାଦ, କୋଲକାତା, ନଭି ମୁମ୍ବାଇ ଏବଂ ଭୁବନେଶ୍ବରରେ ଖେଳାଯିବ। ମୋଟ ୩୨ ମ୍ୟାଚ୍ ସହିତ ନଭେମ୍ବର ୨୧ ତାରିଖରେ ନଭି ମୁମ୍ବାଇରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ନୂଆଦିଲ୍ଳୀରେ ମଙ୍ଗଳବାର ଏକ ଆନୁଷ୍ଠାନିକ ସ୍ଲୋଗାନ୍ ‘କିକ୍ ଅଫ୍ ଦି ଡ୍ରିମ୍’ ଉନ୍ମୋଚିତ ହୋଇଛି। ୨୦୧୭ ମସିହାରେ ଭାରତ ୧୭ ବର୍ଷରୁ କମ୍ ଫିଫା ଯୁବ ବିଶ୍ବକପ୍ ଆୟୋଜନ କରିବା ପରେ ଏହି ବଡ଼ ପ୍ରତିଯୋଗିତାର ଅଧିକାର ପାଇଛି। ଫିଫା କନିଷ୍ଠ ବିଶ୍ବକପ୍ ଭାରତର ଭବିଷ୍ୟତ ତାରକା ସୃଷ୍ଟି କରିବା ଲାଗି ବଡ଼ ସୁଯୋଗ ଆଣିଦେବ। ଭାରତୀୟ ଯୁବ ମହିଳା ଦଳ ମଧ୍ୟ ପ୍ରଥମ ଥର ପାଇଁ ଏକ ଫିଫା ବିଶ୍ବକପ୍ ଦଳରେ ଖେଳିବାର ଅପୂର୍ବ ସୁଯୋଗ ପାଇବ। ଦେଶରେ ମହିଳା କ୍ରୀଡ଼ା କ୍ଷେତ୍ରରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ସ୍ଥାନୀୟ ଆୟୋଜନ ସମିତି ପ୍ରତିଯୋଗିତା ନିର୍ଦେଶକ ରୋମା ଖାନ୍ନା ପ୍ରକାଶ କରିଛନ୍ତି। ଏଲଓସି ଅଧ୍ୟକ୍ଷ ତଥା ଫିଫା ପରିଷଦ ସଦସ୍ୟ ପ୍ରଫୁଲ୍ଲ ପଟେଲ୍ ଏବଂ ଫିଫା ଯୁବ ପ୍ରତିଯୋଗିତାର ମୁଖ୍ୟ ରୋବେର୍ଟୋ ଗ୍ରାସି ଏହି ପ୍ରତିଯୋଗିତାର ସୁଦୂର ପ୍ରସାରି ପ୍ରଭାବ ରହିବ ବୋଲି ପ୍ରକାଶ କରିଛନ୍ତି।
ଭୁବନେଶ୍ବରରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍
/sambad/media/post_attachments/wp-content/uploads/2020/02/dff7hsf98h798sf7h98sf4h65fs4h5sf64h5sfhsfhsfhsfhsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)