ବିରାଟଙ୍କ ଲଢୁଆ ବ୍ୟାଟିଂ, ଚେନ୍ନାଇ ଆଗରେ ୧୭୦ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୦ର ୨୫ ତମ ମ୍ୟାଚରେ  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନର ଲକ୍ଷ୍ୟ ରଖିଛି ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦଳ ଆରମ୍ଭରୁ ଆରୋନ ଫିଞ୍ଚଙ୍କ ଓ୍ବିକେଟ ହରାଇଥିବାବେଳେ ଅନ୍ୟତମ ଓପନର ଦେବଦତ୍ତ ପଡ଼ିକଲ୍ଲ ଓ ଅଧିନାୟକ ବିରାଟ କୋହଲି ଲଢୁଆ ବ୍ୟାଟିଂ କରିଥିଲେ ଓ ଦଳକୁ ବିପଦମୁକ୍ତ କରିଥିଲେ । କିନ୍ତୁ ଦଳୀୟ ସ୍କୋର ୬୬ ହୋଇଥିବା ବେଳେ ଦେବଦତ୍ତ ୩୩ ରନ କରି ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ତାରକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସ ଶୂନରେ ଆଉଟ ହେବାଫଳରେ ଦଳ ଉପରେ ଚାପ ବଢିଯାଇଥିଲା । କିନ୍ତୁ ଅନ୍ୟପଟେ ବିରାଟ ନିଜର ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ସେ ୫୨ଟି ବଲରୁ ୯୦ ରନ କରି ଅପରାଜିତ ରହିଥିଲେ । ବିରାଟଙ୍କ ଏହି ଇନିଂସ ବଳରେ ବାଙ୍ଗାଲୋର ଦଳ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୯ ରନ କରିଥିଲା ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ କ୍ରିସ ମୋରିସ ଓ ଗୁରକିରାତ ସିଂ ମାନ୍ ଙ୍କୁ ଖେଳାଉଛି । ତେବେ ଚେନ୍ନାଇ ସୁପର କିଙ୍ଗସ ନିଜର ଦଳ ଅପରିବର୍ତ୍ତିତ ରଖିଛି ।

ସମ୍ବନ୍ଧିତ ଖବର