ଆଇପିଏଲ : ବାଙ୍ଗାଲୋର ଆଗରେ ୧୭୦ ରନ ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୨ର ୧୩ତମ ମ୍ୟାଚରେ ବାଙ୍ଗାଲୋର ଆଗରେ  ୧୭୦ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ।

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୧୬୯ ରନ କରିଥିଲା । ଗତ ମ୍ୟାଚରେ ଶତକ ଅର୍ଜନ କରିଥିବା ଜସ୍ ବଟଲର ଏହି ମ୍ୟାଚରେ ବି ଏକ ଲଢୁଆ ଅର୍ଦ୍ଧଶତକ ମାରିଛନ୍ତି । ସେ ୪୭ ବଲରୁ ୭୦ ରନ କରିଥିଲେ । ଦେବଦତ୍ତ ପଡିକଲ ୩୭ ରନ ଓ ସିମରନ ହେଟମେୟର ୪୨ ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ ଡେଭିଡ ଓ୍ବିଲି, ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର