ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୬ତମ ସଂସ୍କରଣର ୬୦ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସ ଓ ରୋୟାଲ ଚ୍ୟାଲେଞ୍ଜର୍ସ ମୁହାଁମୁହିଁ ହୋଇଛନ୍ତି। ଜୟପୁରସ୍ଥିତ ସୱାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର। ଟିମ୍‌ ୨୦ ଓଭରରେ ୫ ୱିକେଟ୍‌ ହରାଇ ୧୭୧ ରନ୍‌ କରିଛି। ଫଳରେ ରାଜସ୍ଥାନକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Advertisment

ବାଙ୍ଗାଲୋରର ଅଧିନାୟକ ଫାଫ୍‌ ଡୁ’ପ୍ଲେସିସ ସର୍ବାଧିକ ୫୫ ରନ୍‌ ସଂଗ୍ରହ କରିଥିଲେ। ସେ ୪୪ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ। ଗ୍ଲେନ ମେକ୍ସୱେଲଙ୍କ ବ୍ୟାଟରୁ ୫୪ ରନ୍‌ ଅମଳ ହୋଇଥିଲା। ସେ ୩୩ଟି ବଲ୍‌ ଖେଳି ୫ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଅନୁଜ ରାୱତ ୧୧ଟି ବଲ୍‌ ଖେଲି ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୨୯ ରନ୍‌ ସଂଗ୍ରହ କରିଥିଲେ। ବିରାଟ କୋହଲି ୧୯ଟି ବଲ୍‌ ଖେଳି ୧୮ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ସାମିଲ ଥିଲା।