ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୧୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୫ରନ କରିଥିଲା । ଦଳ ପକ୍ଷରୁ ଜସ୍ ବଟଲର ସର୍ବାଧିକ ୫୨ରନ କରିଥିଲେ । ସେହିପରି ଦେବଦତ୍ତ ପଡିକଲ୍ଲ ୩୮ରନ କରିଥିଲେ । ଆର. ଅଶ୍ବୀନ ଓ ସିମରନ ହେଟମେୟର ୩୦ ରନ ଲେଖାଏଁ କରିଥିଲେ ।
ଚେନ୍ନାଇ ପକ୍ଷରୁ ଆକାଶ ସିଂ, ତୁଷାର ଦେଶପାଣ୍ଡେ ଓ ରବୀନ୍ଦ୍ର ଜାଦେଜା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ମୋଇନ ଅଲ୍ଲି ଗୋଟିଏ ଓ୍ବିକେଟ ନେଇଥିଲେ ।
ଚେନ୍ନାଇ ସୁପରକିଙ୍ଗସ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ପାଇଛି । ରାଜସ୍ଥାନ ରୟାଲ୍ସ ବି ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ପାଇଛି । କିନ୍ତୁ ନେଟ୍ ରନରେଟ ଆଧାରରେ ରାଜସ୍ଥାନ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବାବେଳେ ଚେନ୍ନାଇ ୫ମ ସ୍ଥାନରେ ରହିଛି ।