ଆଇପିଏଲ : ହାଇଦ୍ରାବାଦ ଆଗରେ ୧୭୬ରନର ଲକ୍ଷ୍ୟ ରଖିଲା କୋଲକାତା

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ଏକ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୭୬ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡିଥିଲା । କିନ୍ତି ନିତିଶ ରାଣା ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ । ରାଣା ୫୪ରନ ଓ ଆୟର ୨୮ ରନ କରିଥିଲେ । ଶେଷ ବେଳକୁ ଆନ୍ଦ୍ରେ ରସେଲ ୨୫ଟି ବଲରେ ଦ୍ରୁତ ୪୯ ରନ କରିଥିଲେ । କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୭୫ ରନ କରିଥିଲା ।
ହାଇଦ୍ରାବାଦ ପକ୍ଷରୁ ଟି.ନଚରାଜନ ୩ଟି ଓ ଉମରାନ ମଲିକ ୨ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର