ଆଇପିଏଲ : ଲକ୍ଷ୍ନୌ ଆଗରେ ୧୭୭ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଲକ୍ଷ୍ନୌ: ଲକ୍ଷ୍ନୌରେ ଖେଳାଯାଉଥିବା ଆଇପିଏଲ-୨୦୨୪ର ଏକ ମ୍ୟାଚରେ ଲକ୍ଷ୍ନୌ ସୁପର ଜାୟାଣ୍ଟସ ଆଗରେ ୧୭୭ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ ।

ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଚେନ୍ନାଇ ଦଳ ଆରମ୍ଭରୁ ରାଚିନ ରବୀନ୍ଦ୍ରଙ୍କ ଓ୍ବିକେଟ ହରାଇଥିଲା । ତେବେ ଅଜିଙ୍କ୍ୟ ରାହାଣେ ଓ ଋତୁରାଜ ଗାୟକ୍ବାଡଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ରାହାଣେ ୩୬ ରନ କରିଥିବାବେ​ଳେ ଗାୟକ୍ବାଡ ୧୭ ରନ କରିଥିଲେ । ଗାୟକ୍ବାଡ୍ ଆଉଟ ହେବା ପରେ ଆସିଥିବା ରବୀନ୍ଦ୍ର ଜାଦେଜା ଓ ରାହାଣେଙ୍କ ମଧ୍ୟରେ ଏକ ଉପଯୋଗୀ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରବୀନ୍ଦ୍ର ଅପରାଜିତ ୫୭ ରନ କରିଥିଲେ । ତେବେ ଶିବମ ଦୁବେ ଓ ସମୀର ରିଜଭି ଶସ୍ତାରେ ପାଭିଲିୟନ ଫେରିଥିଲେ । ଅନ୍ୟପକ୍ଷରେ, ଶେଷ ବେଳକୁ ମୋଇନ ଅଲ୍ଲି ଓ ମହେନ୍ଦ୍ର ସିଂ ଧୋନୀ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ମୋଇନ ୩୦ ରନ କରି ଆଉଟ ହୋଇଥିବାବେଳେ ଧୋନୀ ମାତ୍ର ୯ଟି ବଲ ଖେଳି ଅପରାଜିତ ୨୮ ରନ କରିଥିଲେ ।

ଲକ୍ଷ୍ନୌ ପକ୍ଷରୁ କ୍ରୁନାଲ ପାଣ୍ଡ୍ୟା ୨ଟି ଓ୍ବିକେଟ ନେଇଥିବାବେଳେ ମାର୍କସ ଷ୍ଟୋଇନିସ୍, ମହସିନ ଖାଁ, ୟଶ ଠାକୁର ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର