ପ୍ରଥମ ଟି-୨୦: ଭାରତକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ନ୍ୟୁଜିଲାଣ୍ଡ

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ହୋଉଛି। ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ (ଜେଏସ୍‌ସିଏ) ଅନ୍ତର୍ଜାତୀୟ ଆୟୋଜକ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟି କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ୧୭୬ ରନ୍‌ କରିଛି। ଫଳରେ ଭାରତକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ନ୍ୟୁଜିଲାଣ୍ଡ ପାଇଁ ଫିନ୍ ଆଲେନ୍ ଓ ଡେଭ୍ଅନ୍ କନ୍ୱେ ପାଳି ଆରମ୍ଭ କରିଥିଲେ। ଉଭୟ ବ୍ୟାଟ୍ର ଆରମ୍ଭରୁ ଭଲ ଖେଳିଥିଲେ। ପ୍ରଥମ ୱିକେଟ୍ରେ ୪୩ ରନ୍ ସଂଗ୍ରହ କରିଥିଲେ। ଏଥିରେ ଆଲେନ୍ଙ୍କ ୩୫ ରନ୍ ଥିଲା। ସେ ୨୩ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ମାରିଥିଲେ। ନ୍ୟୁଜିଲାଣ୍ଡ ପାଇଁ କନ୍ୱେ ୫୨ ରନ୍ ସଂଗ୍ରହ କରିଥିଲେ। ସେ ୩୫ଟି ବଲ୍ ଖେଳି ୭ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ଡାର୍ଲୋ ମିଚେଲ ଅପରାଜିତ ୫୯ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଭାରତ ପକ୍ଷରୁ ୱାସିଂଟନ୍ ସୁନ୍ଦର ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ସେହିପରି କୁଳଦୀପ ଯାଦବ ଓ ଶିଭମ ମାଭିଙ୍କୁ ଗୋଟିଏ ଲେଖାଏଁ ୱକେଟ୍ ମିଳିଥିଲା।

ସମ୍ବନ୍ଧିତ ଖବର