ଆଇପିଏଲ୍‌-୧୩: କିଙ୍ଗସ୍‌ ଇଲେଭେନ୍‌ ପଂଜାବକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ୍‌ ଇଲେଭେନ ପଂଜାବ ମଧ୍ୟରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୩୬ତମ ମ୍ୟାଚ୍‌ ଖେଳାଯାଉଛି। ଓପନର କ୍ୱିଣ୍ଟନ ଡି କକ୍‌ଙ୍କ ୫୩ ରନ୍‌ ବଳରେ ମୁମ୍ବାଇ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୭୬ ରନ୍‌ କରିଛି। ଫଳରେ ପଂଜାବକୁ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମୁମ୍ବାଇ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ସ୍କୋର ୨୩ ରନ୍‌ ଥିବା ବେଳେ ଅଧିନାୟକ ରୋହିତ ଶର୍ମା ପଂଜାବର ପ୍ରଥମ ଶିକାର ହୋଇଥିଲେ। ରୋହିତ ୯ ରନ୍‌ ସଂଗ୍ରହ କରି ଶସ୍ତାରେ ଆଉଟ୍‌ ହୋଇଥିଲେ। ମୁମ୍ବାଇ ୨ୟ ଓ୍ଵିକେଟ୍‌ ଭାବେ ୨୪ ରନ୍‌ରେ ଯୁବ କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା।

ସେହିପରି ଦଳୀୟ ସ୍କୋର ୩୮ ରନ୍‌ ଥିବା ବେଳେ ଈଶାନ କିଷାନ (୭ ରନ୍‌) ଆଉଟ୍‌ ହୋଇଥିଲେ। କ୍ରୁଣାଳ ପାଣ୍ଡ୍ୟା ୩୪ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍‌ ଯୋଗଦାନ ଦେଇଥିଲେ। କିରଣ ପୋଲାର୍ଡ ଓ ନାଥାନ କଲଟର ନାଇଲ ଅପରାଜିତ ରହି ପାଭଲିଅନକୁ ଫେରିଥିଲେ। ଏହି ଦୁଇ ଜଣ ଯଥାକ୍ରମେ ୩୪ ଓ ୨୪ ରନ୍‌ ଯୋଡ଼ିଥିଲେ।

ସମ୍ବନ୍ଧିତ ଖବର