ଆଇପିଏଲ : କୋଲକାତା ଆଗରେ ୧୭୭ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

 

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ ର ୫୩ତମ ମ୍ୟାଚରେ କୋଲକାତା ଆଗରେ ୧୭୭ ରନର ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ।

ଏହି ମ୍ୟାଚରେ କୋଲକାତା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବକେଟ୍ ହରାଇ ୧୭୬ ରନ କରିଥିଲା । ଦଳ ଇନିଂସ ଆରମ୍ଭରୁ ନିଜ ଅଧିନାୟକ କେଏଲ ରାହୁଲଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ କ୍ବିଣ୍ଟନ ଡି’କକ ଓ  ଦୀପକ ହୁଦା ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଡି’କକ ୫୦ ରନ କରିଥିବାବେଳେ ହୁଦା ୪୧ ରନ କରିଥିଲେ । କ୍ରୁନାଳ ପାଣ୍ଡ୍ୟା ୨୫ ରନ ଓ ମାର୍କସ ଷ୍ଟଇନିସ ୨୮ ରନ କରିଥିଲେ । କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୨ଟି ଓ୍ବିକେଟ ନେଇଥିବାବେଳେ, ସୁନୀଲ ନାରିନ, ଟିମ ସାଉଦି ଓ ଶୁଭମ ମାଭି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚରେ ରାଜସ୍ଥାନ ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା ।

 

 

 

ସମ୍ବନ୍ଧିତ ଖବର