ଲକ୍ଷ୍ନୌ : ଲକ୍ଷ୍ନୌର ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ  ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ ।

Advertisment

ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଆରମ୍ଭରୁ ଦୀପକ ହୁଦା ଓ ପ୍ରେରକ ମଙ୍କଡ୍ ଓ କ୍ବିଣ୍ଟନ ଡିକକଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । କିନ୍ତୁ ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଇନିଂସ ଜରିଆରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ଷ୍ଟୋଇନିସ୍ ମାତ୍ର ୪୭ଟି ବଲରେ ୮ ଛକା ଓ ୪ ଚୌକା ସହ ଅପରାଜିତ ୮୯ରନ କରିଥିଲେ । ସେହିପରି କ୍ରୁନାଲ ପାଣ୍ଡ୍ୟା ୪୯ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଜାସନ ବେହରେନଡ୍ରପ ୨ଟି ଓ୍ବିକେଟ ନେଇ ଥିଲେ । ସେହିପରି ପିୟୁଷ ଚାଓ୍ବଲା ଗୋଟିଏ ଓ୍ବିକେଟ ନେଇଥିଲେ ।

ପ୍ଲେଅପରେ ପହଞ୍ଚିବାକୁ ହେଲେ ଉଭୟ ଦଳପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ମୁମ୍ବାଇ ଏପର୍ଯ୍ୟନ୍ତ ୭ ବିଜୟ ସହ ୧୪ ପଏଣ୍ଟ ପାଇଥିବାବେଳେ ଲକ୍ଷ୍ନୌ ୧୩ ପଏଣ୍ଟ ପାଇଛି ।