ଆଇପିଏଲ : ଗୁଜୁରାଟ ଆଗରେ ୧୭୮ରନର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୫୧ତମ ମ୍ୟାଚରେ ଗୁଜୁରାଟ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ଦୁଇ ଓପନର ଇଶାନ କିଷନ ୪୫, ରୋହିତ ଶର୍ମା ୪୩ କରି  ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ ହେଁ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଦଳୀୟ ରନ ଗତି ଧୀମା ହୋଇଯାଇଥିଲା । ତେବେ ଶେଷ ବେଳକୁ ଟିମ ଡେଭିଡ ଏକ ଲଢୁଆ ପାଳି ଖେଳି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ସେ ମାତ୍ର ୨୧ଟି ବଲ ଖେଳି ଅପରାଜିତ ୪୪ରନ କରିଥିଲେ ।  ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୨ଟି ଚୌକା ମାରିଥିଲେ ।

ଗୁଜୁରାଟ ପକ୍ଷରୁ ରସିଦ ଖାଁ ୨ଟି ଓ୍ବିକେଟ ନେଇଥିବାବେଳେ ଲକି ଫର୍ଗୁସନ, ପ୍ରଦୀପ ସାଂଗଓ୍ବାନ ଓ ଅଲଜାରି ଜୋସେଫ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

 

 

ସମ୍ବନ୍ଧିତ ଖବର