ଆଇପିଏଲ : ହାଇଦ୍ରାବାଦ ଆଗରେ ୧୭୮ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୨ର ୬୨ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି କୋଲକାତା ।

ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇନିଂସ ଆରମ୍ଭରୁ ଭେଙ୍କଟେଶ ଆୟର ମାତ୍ର ୭ ରନରେ ଆଉଟ ହେବାପରେ ଅଜିଙ୍କ୍ୟ ରାହାଣେ ଓ ନିତିଶ  ରାଣା ସତର୍କତାର ସହ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହାଣେ ୨୮ ରନ କରିଥିବାବେଳେ ରାଣା ୨୬ ରନ କରିଥିଲେ । ସେହିପରି ସାମ ବିଲିଙ୍ଗସ ୩୪ ରନ କରିଥିଲେ । ତେବେ ଶେଷ ବେଳକୁ ଆସିଥିବା ଆନ୍ଦ୍ରେ ରସେଲ ୨୭ ବଲରୁ ଅପରାଜିତ ୪୯ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୭ ରନ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଉମରାନ ମଲ୍ଲିକ ୩ଟି ଓ୍ବିକେଟ ନେଇଥିବାବେଳେ ମାର୍କୋ ଜନସନ, ଭୁବନେଶ୍ବର କୁମାର ଓ ଟି.ନଟରାଜନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ପ୍ଲେ-ଅପ ଦୌଡରେ ବଜାୟ ରହିବାକୁ ଏହି ମ୍ୟାଚରେ ଜିତିବା ଉଭୟ ଦଳ ପାଇଁ ଜରୁରୀ ହୋଇପଡ଼ିଛି ।

ସମ୍ବନ୍ଧିତ ଖବର