କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଆଗରେ ୧୮୦ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟରାଇଡର୍ସ ।
ଏହି ମ୍ୟାଚରେ କୋଲକାତା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ସୁନୀଲ ନାରାୟଣ ଓ ରେହମାନୁଲ୍ଲା ଗୁରବାଜ୍ ବ୍ୟାଟିଂ ଆରମ୍ଭ କରିଥିଲେ । ତେବେ ଗୁରବାଜ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ସୁନୀଲ ନାରାୟଣ ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ନାରାୟଣ ୨୬ ରନ କରିଥିବାବେଳେ ଅଜିଙ୍କ୍ୟ ରାହାଣେ ୪୮ ରନ କରିଥିଲେ । ସେହିପରି ମଧ୍ୟକ୍ରମରେ ମନିଷ ପାଣ୍ଡେ ୩୬ ରନ କରିଥିବାବେଳେ ଆନ୍ଦ୍ରେ ରସେଲ ୩୮ ରନ କରିଥିଲେ । ମାତ୍ର ରିଙ୍କୁ ସିଂ ପୁଣି ବିଫଳ ହୋଇଥିଲେ । ସେ ମାତ୍ର ୯ ରନ କରି ଆଉଟ ହୋଇଥିଲେ ।
ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୪ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ଅନସୁଲ କମ୍ବୋଜ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।