୩ୟ ଟି-୨୦ : ଦକ୍ଷିଣ ଆଫ୍ରିକା ଆଗରେ ୧୮୦ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ବିଶାଖାପାଟଣା : ବିଶାଖାପାଟଣାର ଡ.ଓ୍ବାଇ.ଏସ.ରାଜଶେଖର ରେଡ୍ଡି ଷ୍ଟାଡିୟମଠାରେ ଖେଳାଯାଉଥିବା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ଆଗରେ  ୧୮୦ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତ ।

ଏହି  ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ  ୧୭୯ ରନ କରିଥିଲା । ଭାରତର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଇଶାନ କିଷନ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାତ୍ର ଦୁଇ ଓପନର ଆଉଟ ହେବା ପରେ ଟିମ ଇଣ୍ଡିଆର ମଧ୍ୟକ୍ରମ  ବ୍ୟାଟ୍ସମ୍ୟାନମାନେ ପୁଣି ନିରାଶ କରିଥିଲେ । ଶ୍ରେୟସ ଆୟର ୧୪ ରନ କରିଥିବାବେଳେ ଋଷଭ ପନ୍ତ ୬ ରନ ଓ ଦିନେଶ କାର୍ତ୍ତିକ ୬ ରନ କରି ଆଉଟ ହୋଇଥିଲେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲରୁ ୩୧ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ ।

ପ୍ରଥମ ଦୁଇଟି ମ୍ୟାଚ ହାରି ଭାରତୀୟ ଦଳ ସିରିଜରେ ୦-୨ରେ ପଛୁଆ ରହିଛି । ଫଳରେ ସିରିଜରେ ନିଜର ସମ୍ଭାବନାକୁ ବଜାୟ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବା ଜରୁରୀ ହୋଇପଡ଼ିଛି । ଗତ ୧୨ ତାରିଖ ଦିନ କଟକରେ ଖେଳାଯାଇଥିବା ୨ୟ ଟି-୨୦ରେ ଭାରତକୁ ୪ ଓ୍ବିକେଟରେ ହରାଇଥିଲା ଦକ୍ଷିଣ ଆଫ୍ରିକା । ସେହିପରି ଦିଲ୍ଲୀରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ବି ଭାରତ ୭ ଓ୍ବିକେଟରେ ହାରି ଯାଇଥିଲା ।

ସମ୍ବନ୍ଧିତ ଖବର