ଆଇପିଏଲ : ଲକ୍ଷ୍ନୌ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ମୁମ୍ବାଇ : ମୁମ୍ବାଇର ଡ.ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୧ତମ ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୨ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।

ଏହି ମ୍ୟାଚରେ ଲକ୍ଷ୍ନୌ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଥିବା ବାଙ୍ଗାଲୋର ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିବାବେଳେ ଅଧିନାୟକ ଫାଫ ଡୁପ୍ଲେସିସଙ୍କ ଲଢୁଆ ବ୍ୟାଟିଂ ବଳରେ ଏହି ଦଳ ଏକ ଭଲ ସ୍କୋର ଛିଡା କରିପାରିଥିଲା । ଡୁପ୍ଲେସିସ ମାତ୍ର ୬୩ଟି ବଲରେ ୯୬ ରନ କରି ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ । ଶେହବାଜ ଅହମ୍ମଦ ୨୬ ଓ ଗ୍ଲେନ ମାକ୍ସଓ୍ବେଲ ୨୩ ରନ କରିଥିଲେ । ଦିନେଶ କାର୍ତ୍ତିକ ଅପରାଜିତ ୧୩ ରନ କରିଥିଲେ । ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୧ ରନ କରିଥିଲା । ଲକ୍ଷ୍ନୌ ତରଫରୁ ଜାସନ ହୋଲଡର ଓ ଦୁଷ୍ମନ୍ତ ଚମିରା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ଦଳର ସ୍ଥିତି ପ୍ରାୟତଃ ସମାନ ରହିଛି । ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ ଖେଳି ୪ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଓ ୮ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେବେ ନେଟ୍ ରନରେଟ୍ ହାରରେ ଲକ୍ଷ୍ନୌ ବାଙ୍ଗାଲୋରଠାରୁ ଗୋଟିଏ ସୋପାନ ଉପରେ ରହିଛି ।

ସମ୍ବନ୍ଧିତ ଖବର