ଟି-୨୦ ବିଶ୍ବକପ୍ : ଆଫଗାନିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ବାର୍ବାଡୋସ : ବାର୍ବାଡୋସଠାରେ ଖେଳାଯାଉଥିବା ଆଇସିସି ଟି-୨୦ ବିଶ୍ବକପ୍ ସୁପର-୮ ମ୍ୟାଚରେ ଆଫଗାନିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ଓପନ କରିଥିବାବେଳେ ରୋହିତ ମାତ୍ର ୮ ରନ କରିଆଉଟ ହୋଇଥିଲେ । ଏହା ପରେ ବିରାଟ ଓ ଋଷଭ ପନ୍ତ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ସମ୍ଭାଳିଥିଲେ । କିନ୍ତୁ ବିରାଟ ୨୪ ଓ ପନ୍ତ ୨୦ ରନ କରି ଆଉଟ ହୋଇଥିଲେ । ଶିବମ ଦୁବେ ମାତ୍ର ୧୦ ରନ କରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ଆଜି ଲଢୁଆ ପାଳି ଖେଳି ବହୁମୂଲ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭଲ ପାର୍ଟନରସିପ କରି ଭାରତୀୟ ଇନିଂସକୁ ଆଗେଇ ନେଇଥିଲେ । ପାଣ୍ଡ୍ୟା ୩୨ ରନ କରିଥିଲେ । କିନ୍ତୁ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମାତ୍ର ୭ରନ କରି ଆଉଟ ହୋଇଥିଲେ । ଶେଷ ବେଳକୁ ଅକ୍ଷର ପଟେଲ ୧୨ ରନର ଏକ ଉପଯୋଗୀ ପାଳି ଖେଳିଥିଲେ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୧ ରନ କରିଥିଲା ।

ସମ୍ବନ୍ଧିତ ଖବର