ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୦ତମ ମ୍ୟାଚରେ ଦିଲ୍ଲୀ ଆଗରେ ୧୮୨ରନର ବିଜୟ ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।
ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଓପନ କରିଥିବା ଅଧିନାୟକ ଫାଫ୍ ଡୁପ୍ଲେସିସ୍ ଓ ବିରାଟ କୋହଲି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । କୋହଲି ୫୫ରନ କରିଥିବାବେଳେ ଡୁପ୍ଲେସିସ୍ ୪୫ରନ କରିଥିଲେ । ମାତ୍ର ଗ୍ଲେନ ମାକ୍ସଓ୍ବେଲ ଖାତା ଖୋଲିପାରିନଥିଲେ । କିନ୍ତୁ ମହିପାଲ ଲାମରୋର ଲଢୁଆ ବ୍ୟାଟିଂ କରି ୨୯ଟି ବଲରେ ୩ ଛକା ୬ ଚୌକା ସହ ଅପରାଜିତ ୫୪ରନ କରିଥିଲେ । ତେବେ ଦିନେଶ କାର୍ତ୍ତିକ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୮୧ ରନ କରିଥିଲା ।
ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ସ ୨ଟି ଓ୍ବିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଶନିବାର ଖେଳାଯାଇଥିବା ଆଇପିଏଲର ପ୍ରଥମ ମ୍ୟାଚରେ ଚେନ୍ନାଇ ଦଳ ଏକତରଫା ଭାବେ ମୁମ୍ବାଇକୁ ୬ ଓ୍ବିକେଟରେ ହରାଇ ଦେଇଥିଲା ।