ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୧୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍ ଆଗରେ   ୧୮୪ ରନର ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Advertisment

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ହିଁ ଦଳ ଜେକ୍ ଫ୍ରେଜର ମାକଗର୍କଙ୍କ ଓ୍ବିକେଟ ହରାଇ ଝଟକା ପାଇଥିଲା । ସେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ କେଏଲ ରାହୁଲ ଓ ଅଭିଷେକ ପୋରେଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ହୋଇଥିଲା । ପୋରେଲ ୩୩ ରନ କରି ଆଉଟ ହେବା ପରେ ରାହୁଲ ଓ ଅକ୍ଷର ପଟେଲ ଓ ସମିର ରିଜଭିଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ରାହୁଲ ୫୧ ବଲରେ ୭୭ ରନ କରିଥିଲେ। ଅକ୍ଷର ୨୧ ଓ ରଜଭି ୨୦ ରନ କରିଥିଲେ । ଟ୍ରିଷ୍ଟାନ ଷ୍ଟବସ୍ ୨୪ ରନ କରିଥିଲେ । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୩ ରନ କରିଥିଲା । ଚେନ୍ନାଇ ପକ୍ଷରୁ ଖଲିଲ ଅହମ୍ମଦ ୨ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା, ନୁର ଅହମ୍ମଦ ଓ ମଥିସା ପଥିରଣା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।