ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୫ର ୬୯ତମ ମ୍ୟାଚରେ ପଞ୍ଜାବ କିଙ୍ଗସ ଆଗରେ ୧୮୫ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ ।
ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପକ୍ଷରୁ ରିୟାନ ରିକଲଟନ ଓ ରୋହିତ ଶର୍ମା ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୨୪ ରନ କରିଥିବାବେଳେ ରିକଲଟନ ୨୭ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ୨ ଛକା ଓ ୬ ଚୌକା ସହ ୫୭ ରନ କରିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୬ ରନ କରିଥିବାବେଳେ ନମନ ଧୀର ୨୦ ରନ କରିଥିଲେ । ସେହିପରି ଓ୍ବିଲ ଜାକ୍ସ ୧୭ ରନ କରିଥିଲେ । ପଞ୍ଜାବ ପକ୍ଷରୁ ବିଜୟ କୁମାର ବୈଶକ, ଅର୍ଶଦୀପ ସିଂ ଓ ମାର୍କୋ ଜାନସେନ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ହରପ୍ରିତ ବ୍ରାର ଗୋଟିଏ ଓ୍ବିକେଟ ନେଇଥିଲେ ।