ଆଇପିଏଲ : ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ସାରଜା : ସାରଜା କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୦ର ୨୩ ତମ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ  ୮ ଓ୍ବିକେଟ ହରାଇ  ୧୮୪ ରନ କରିଛି । ଫଳରେ ରାଜସ୍ଥାନ ଆଗରେ ୧୮୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ ।

ଆଜି ରାଜସ୍ଥାନର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଆରମ୍ଭରୁ ଦିଲ୍ଲୀ ନିଜର ଷ୍ଟାର ବ୍ୟାଟ୍ସମ୍ୟାନ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ପୃଥ୍ବୀ ସ ଓ ଶ୍ରେୟସ ଆୟର ସତର୍କତାର ସହ ବ୍ୟାଟିଂ କରି ଦଳକୁ ବିପଦ ମୁକ୍ତ କରିଥିଲେ । କିନ୍ତୁ ସ’ ୧୯ ରନ ଓ ଆୟର ୨୨ ରନ କରି ଆଉଟ ହେବା ପରେ ଦଳ ପୁଣି ବିପଦରେ ପଡ଼ିଥିଲା । ତେବେ ମାର୍କସ ଷ୍ଟୋଇନିସ୍ ଓ ସିମରନ ହେଟମେୟର ଦ୍ରୁତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଷ୍ଟଇନିସ ୩୯ ଓ ହେଟମେୟର ୪୫ ରନର ଯୋଗଦାନ ଦେଇଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବାପରେ ଦଳର ଟେଲଏଣ୍ଡରମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ  ।

ସମ୍ବନ୍ଧିତ ଖବର