ପ୍ରଥମ ଦିନିକିଆ : ବାଂଲାଦେଶ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଢାକା : ଢାକାର ବଂଗବନ୍ଧୁ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୪୧.୨ ଓଭରରେ ଅଲଆଉଟ ହେବା ସହ ମାତ୍ର ୧୮୬ ରନ କରିଥିଲା ।

ଏହି ମ୍ୟାଚରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଆରମ୍ଭରୁ ଶିଖର ଧଓ୍ବନ ଓ ବିରାଟ କୋହଲିଙ୍କ ଓ୍ବିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ୪୯ ରନରେ ୩ ଓ୍ବିକେଟ ହରାଇ ସଂଘର୍ଷ କରୁଥିବାବେଳେ କେଏଲ ରାହୁଲ ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ରାହୁଲ ୭୩ ରନ ଓ ଆୟର ୨୪ ରନ କରିଥିଲେ । କିନ୍ତୁ ଆୟର ଆଉଟ ହେବା ପରେ ଭାରତର ପୁଣି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଫଳରେ ଭାରତ ୪୧.୨ ଓଭରରେ ମାତ୍ର ୧୮୬ ରନ କରି ଅଲଆଉଟ ହୋଇଯାଇଥିଲା ।

ବାଂଲାଦେଶ ତରଫରୁ ସକିବୁଲ ହସଲ ୫ଟି ଓ ଇବାଦତ ହୁସେନ ୪ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର